ଆମର ଲକ୍ଷ୍ୟ
  • ଆମର ଶାରିରୀକ ତଥା ବୌଦ୍ଧିକ ଭିତ୍ତିଭୂମୀକୁ ସମଗ୍ର ଦେଶରେ ସର୍ବୋତ୍ତମ କରିବା |
  • ଅତି କମରେ ଆମର ଏକ ତୃତୀୟାଂଶ ଗ୍ରାଜୁଏଟ୍‌ ମହିଳା ହୁଅନ୍ତୁ |
  • ଜଣେ ମହାନ ଉଦ୍ୟୋଗୀ ତଥା ବିଶ୍ୱସ୍ତରୀୟ ଆଇ.ଟି.ଆଇ ଗ୍ରାଜୁଏଟ୍‌ଟିଏ ହେବା ପାଇଁ ଆମେ ସବୁପ୍ରକାରର ପରିବେଶ ଯୋଗେଇଦେବୁ |
  • ଏକ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସହଭାଗିତା ପ୍ରତିଷ୍ଠା କରିବା |
  • ସ୍ଥାୟିତ୍ୱ କୁ ବଜାୟ ରଖିବା ଲାଗି ଆମର ଛାତ୍ର-ଛାତ୍ରୀ ତଥା ପ୍ରଶିକ୍ଷକଙ୍କୁ ପାରଙ୍ଗମ କରିବା |

“ବୈଷୟିକ ଶିକ୍ଷାର ପୁନର୍ସ୍ଥାପନା, ଯାହା କି ଆଧୁନିକ ଦୁନିଆ ପାଇଁ ପ୍ରାସଙ୍ଗିକ, ଆକର୍ଷକ ଏବଂ ଛାତ୍ର-ଛାତ୍ରୀଙ୍କ ପାଇଁ ଉପଯୁକ୍ତ, ଆଧୁନିକ ବିଶ୍ୱସ୍ତରୀୟ ଉଦ୍ୟୋଗ ଲାଗି ଉତ୍ତରଦାୟୀ ତଥା ସମୁଦାୟ/ସମାଜ ସହିତ ବୃହଦାକାରରେ ଯୋଡି ହୋଇପାରିବ” |

ଆମର ଅପରିବର୍ତ୍ତନୀୟତାର ଏକ ପାରମ୍ପରିକ କାରଣ ରହିଛି | ଆଧୁନିକ ବ୍ୟବସାୟ କ୍ଷୀପ୍ର ମସ୍ତିଷ୍କ ତଥା କାର୍ଯ୍ୟଶୈଳୀ ଆବଶ୍ୟକ କରିଥାଏ | କୌଣସି ଯନ୍ତ୍ର କେବେ ହେଲେ କୌଣସି କାର୍ଯ୍ୟ ନିଜେ କରିପାରେନା, ହେଲେ ମନୁଷ୍ୟ କରିଥାଏ | ଭୁବନେଶ୍ୱର ଆଇ.ଟି.ଆଇ ନିଜର ତାଲିମ ଏବଂ ଗବେଷଣା କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ବିଭିନ୍ନ ପ୍ରକାରର ଉଦ୍ୟୋଗ ଲାଗି ଦକ୍ଷ ତଥା କୁଶଳୀ ମାନବସମ୍ବଳ ବିକଶିତ କରିଥାଏ | ଏକ ପ୍ରଶିକ୍ଷଣ ଅନୁଷ୍ଠାନ ଭାବେ ଆମ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଏକ ତ୍ରୀ-ସ୍ତରୀୟ ବ୍ୟକ୍ତିତ୍ୱର ବିକାଶ କରିବା ହେଉଛି ଆମର ଲକ୍ଷ୍ୟ, ଯେପରିକି-

  • ସେମାନକୁ ବୈଷୟିକ ଜ୍ଞାନ ଆହରଣ କରେଇବା
  • ସେମାନଙ୍କର ଆର୍ଥିକ ତଥା ସାମାଜିକ ସ୍ଥିତିରେ ଉନ୍ନତି ଆଣିବା
  • ବୈଷୟିକ ଶିକ୍ଷା ପ୍ରତି ସେମାନଙ୍କ ମନରେ ଆଗ୍ରହ ଉତ୍ପନ୍ନ କରେଇବା
Type in
Settings
Help
Indian language typing help
View Detailed Help