ଆମର ଅଭିଯାନ

“କୁଶଳୀ ବ୍ୟକ୍ତିତ୍ୱଙ୍କ ଦାରା ସମାଜର ରୂପାନ୍ତର କରିବା”

ଜାତି, ଦେଶ, ଧର୍ମ, ସମ୍ପ୍ରଦାୟର ବନ୍ଧନ କୁ ପାରି କରି ଧନ୍ଦାମୂଳକ ଶିକ୍ଷାର ଏକ ଆଧୁନିକ କେନ୍ଦ୍ର ପ୍ରତିଷ୍ଠା କରିବା ଯେଉଁଠି ଜ୍ଞାନ ଏବଂ ଉତ୍କର୍ଷତାର ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇପାରିବ |

ଭୁବନେଶ୍ୱର ଆଇ.ଟି.ଆଇ. ଆଧୁନିକ ତଥା ବିଶ୍ୱସ୍ତରୀୟ ବୈଷୟିକ/ ଔଦ୍ୟୋଗିକ ଶିକ୍ଷାପ୍ରଦାନ କରୁଥିବା କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଏକ ଉପଲବ୍ଧି , ଯେଉଁଥିରେ ଆମ ସହ ଯୋଡିହୋଇଥିବା ସମସ୍ତ ବ୍ୟକ୍ତି ଆମ ସ୍ୱପ୍ନର ଏକ ଅଂଶବିଶେଷ ଅଟନ୍ତି, ଯାହା ହେଉଛି କି ସନ୍‌ ୨୦୨୦ ସୁଦ୍ଧା ଭାରତକୁ ଏକ ପ୍ରବଳ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢି ତୋଳିବା | ସଫଳତାର କାହାଣୀ ବନେଇବା ପାଇଁ, ଆମକୁ ଦୁନିଆର ସର୍ବଶ୍ରେଷ୍ଠ ଛାତ୍ର/ଛାତ୍ରୀଙ୍କୁ ଆକର୍ଷିତ କଲାଭଳି ଔଦ୍ୟୋଗିକ ପରିଯୋଜନା ସମ୍ବଳିତ ଗୁଣବତ୍ତାଯୁକ୍ତ ଶିକ୍ଷାପ୍ରଦାନ କରିବାକୁ ହେବ, ମାନବ ସମ୍ବଳର ଚିନ୍ତାଶକ୍ତିରେ ଉନ୍ନତି ଆଣିବାପୂର୍ବକ ଜୀବନର ଗୁଣବତ୍ତାରେ ସୁଧାର ଆଣିବା ଲାଗି ପ୍ରଶିକ୍ଷଣ ତଥା କୌଶଳ ପ୍ରଦାନ କରିବାକୁ ହେବ, ଯାହାକି ଭବିଷ୍ୟତର ଯୁବନେତୃତ୍ୱଙ୍କୁ ସମ୍ପୂର୍ଣ୍ଣରୂପେ ମୂଲ୍ୟଭିତ୍ତିକ ଏବଂ ଦେଶାନୁରାଗୀ ସଫଳ ପେଶାଦାର ବ୍ୟକ୍ତିତ୍ୱଟିଏ ବନେଇବାରେ ସକ୍ଷମ ହୋଇପାରିବ | ଏହିମାନେ ହିଁ ସେହି ବ୍ୟକ୍ତିତ୍ୱ ହେବେ, ଯେଉଁମାନେ ଏହି ଭାରତବର୍ଷ ତଥା ସମଗ୍ର ବିଶ୍ୱର ନେତୃତ୍ୱ ନେବେ କାରଣ ଆମ ପାଖରେ ବିଶ୍ୱସ୍ତରୀୟ, ଔଦ୍ୟୋଗିକ ଜଗତର ସବୁଠାରୁ ସଫଳ କୁଶଳୀ ବ୍ୟକ୍ତିତ୍ୱ ହେବାର ଜ୍ଞାନ, ପ୍ରତିଭା ତଥା ସାମର୍ଥ୍ୟ ରହିଛି | ଏ ସବୁକୁ ସାକାର କରିବା ପାଇଁ ଆମେ ବହୁ ଯତ୍ନର ସହିତ ବ୍ୟକ୍ତିଗତ ତଥା ସାର୍ବଜନୀନ କ୍ଷେତ୍ର ମଧ୍ୟରେ ଥିବା ତାରତମ୍ୟକୁ ବିଶ୍ଳେଷଣ କରି ତଦନୁରୂପୀ ଲକ୍ଷ୍ୟସାଧନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଅଛୁ |

ଭୁବନେଶ୍ବର ଆଇ.ଟି.ଆଇ. ଦୁଇଟି କାର୍ଯ୍ୟ ସ୍ଥିର କରିଛି-ଶିକ୍ଷା ତଥା ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକୀୟ ଗବେଷଣାର ପୁନର୍ବିନ୍ୟାସ ଏବଂ ଜାତୀୟ ଆର୍ଥିକ ପରିଯୋଜନା ଓ ବ୍ୟକ୍ତିଗତ ଉଦ୍ୟୋଗର ବିକାଶ ପ୍ରକ୍ରିୟା ମଧ୍ୟରେ ସଂଯୋଗ ସ୍ଥାପନ |

ଏକ ତାଲିମ ପ୍ରତିଷ୍ଠାନ ରୂପେ ଭୁବନେଶ୍ବର ଆଇ.ଟି.ଆଇ., ବ୍ୟବହାରିକ, ଉଦ୍ୟୋଗ କେନ୍ଦ୍ରୀକ ବୈଷୟିକ ଶିକ୍ଷା ସହିତ ସଂଘବଦ୍ଧ କାର୍ଯ୍ୟାନ୍ୱୟନ, ନେତୃ-କୌଶଳ, ଏକକ ଲକ୍ଷ୍ୟଯୁକ୍ତ ତାଲିମ ପ୍ରଦାନ କରିବାକୁ ପ୍ରତିଶୃତିବଦ୍ଧ, ଯାହା ଦ୍ବାରା ଦେଶର ସାମଗ୍ରିକ ସପ୍ନ ତଥା ଏହି ଅନୁଷ୍ଠାନର ମୁଖ୍ୟ ଅଭିଯାନ “କୁଶଳ ଭାରତ”, ସାକାର ହୋଇପାରିବ |

Type in
Settings
Help
Indian language typing help
View Detailed Help