ଆମ ଅନୁଷ୍ଠାନର ଇତିହାସ

ବଜାରରେ କୁଶଳୀ କାରିଗର ନିୟୋଜିତ କରିବା ଉଦ୍ଦେଶ୍ୟ ନେଇ ସନ୍‌ ୧୯୮୫ ର ମଧ୍ୟ ଭାଗରେ ଓଡିଶା ସରକାରଙ୍କ ଉଦ୍ୟୋଗ ବିଭାଗ (ବର୍ତ୍ତମାନର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା) ନାରୀ ସଶକ୍ତିକରଣକୁ ଆଖି ଆଗରେ ରଖି ଭୁବନେଶ୍ୱରଠାରେ ଏକ ମହିଳା ଆଇ.ଟି.ଆଇ. ପ୍ରତିଷ୍ଠା କରିଥିଲେ | କ୍ରମଶଃ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଲା ପରେ ଏହି ଅନୁଷ୍ଠାନରେ ମହିଳାଙ୍କ ସହିତ ପୁରୁଷଙ୍କୁ ମଧ୍ୟ ତାଲିମ ଦେବାର ସରକାର ନିଷ୍ପତ୍ତି ନେଲେ, ଯାହାର ଫଳସ୍ୱରୂପ ପରବର୍ତ୍ତୀ କାଳରେ ଏହି ଅନୁଷ୍ଠାନଟି ସରକାରୀ ଆଇ.ଟି.ଆଇ. ଭୁବନେଶ୍ୱର ଭାବେ ନାମିତ ହେଲା, ଯେଉଁଠି ଉଭୟ ନାରୀ ଓ ପୁରୁଷଙ୍କୁ ଦକ୍ଷତା ବିକାଶର ତାଲିମ ପ୍ରଦାନ କରାଯାଇଥାଏ |

ଆହୁରି ମଧ୍ୟ ବିଶ୍ୱ ବ୍ୟାଙ୍କ୍‌ ତଥା ରାଜ୍ୟ ସରକାରଙ୍କ ଅନୁଦାନ ଫଳରେ ଆଇ.ଟି.ଆଇ. ପାଠ୍ୟକ୍ରମରେ କ୍ରମଶଃ ପ୍ରଗତି ହୋଇ ଏବେ ଏହି ଆଇ.ଟି.ଆଇ ରେ ୮ଗୋଟି ପାଠ୍ୟକ୍ରମରେ ୩୩ ଗୋଟି ୟୁନିଟ୍‌ରେ ତାଲିମ ପ୍ରଦାନ କରାଯାଉଅଛି | ଏହି ସବୁ ପାଠ୍ୟକ୍ରମରେ ଯୁବବର୍ଗ, ବିଶେଷ କରି ମହିଳା ଏବଂ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଦକ୍ଷତା ତଥା ନିଯୁକ୍ତି କ୍ଷମତାର ବିକାଶ କରାଯାଇ ପାରୁଛି |

ସମୟ ସମୟରେ ଦେଶ ବିଦେଶରୁ ଆସୁଥିବା ଭିନ୍ନ ଭିନ୍ନ ଆଗନ୍ତୁକଙ୍କ ମତାନୁସାରେ ଏହି ଅନୁଷ୍ଠାନଟି ବର୍ତ୍ତମାନ ଆମ ରାଜ୍ୟରେ ୧ନଂ ସ୍ଥାନ ଦଖଲ କରି ପାରିଛି | ତଥାପି ଏହା ଆମ ପାଇଁ ଯଥେଷ୍ଟ ନୁହେଁ ଯେତେବେଳ ଯାଏଁ କୁଶଳୀ ଓଡିଶାଟିଏ ଗଢା ନ ହୋଇଛି |

ପରିଚାଳନା କମିଟି/କମ୍ପାନୀ

ସଦସ୍ୟଙ୍କ ବିବରଣୀ

ନାମ ଓ ପଦବୀ ଠିକଣା ମୋବାଇଲ୍‌ ନଂ UID ନଂ
ଶ୍ରୀ ଶିବାଶିଷ ମାଇତି, ପରିଚାଳନା ନିର୍ଦ୍ଦେଶକ CTTC, Bhubaneswar 9861086070
ରାଜେନ୍‌ ପାଢୀ, ନିର୍ଦ୍ଦେଶକ VCCI, Bhubaneswar 9437021347
ଶ୍ରୀ ଏ.କେ. ପଟ୍ଟନାୟକ, ସମ୍ପାଦକ AIEBA, MIE, Bhubaneswar 9437021347
ଶ୍ରୀ ଶ୍ରୀକାନ୍ତ ମହାନ୍ତି, ଉପ-ନିର୍ଦ୍ଦେଶକ DIC, Bhubaneswar 9439006937
ଶ୍ରୀ ଅମରେନ୍ଦ୍ର ମିଶ୍ର, ନିର୍ବାହୀ ଅଧିକାରୀ SEE, Bhubaneswar 9437224238
ଶ୍ରୀ ପାର୍ଥ ପ୍ରତୀମ ବିଶ୍ୱାଳ, ସହ-ପରିଚାଳକ DIC, Bhubaneswar 9437132053
ଶ୍ରୀ ବିଭୂତି ଭୂଷଣ ମହାପାତ୍ର, ତାଲିମ ଅଧିକାରୀ ITI, Bhubaneswar 8249053993
ଇଂ ଜୀତମିତ୍ରା ଶତପଥୀ, ଭାରପ୍ରାପ୍ତା ଅଧ୍ୟକ୍ଷା ITI Bhubaneswar 0674-2390619
Type in
Settings
Help
Indian language typing help
View Detailed Help