ଆମ ଅନୁଷ୍ଠାନ

ସନ୍‌ ୧୯୮୫ ରେ ପ୍ରତିଷ୍ଠିତ ହୋଇଥିବା ଭୁବନେଶ୍ୱର ଶିଳ୍ପ ତାଲିମ କେନ୍ଦ୍ର ୨୭ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ପ୍ରକାରର ଆୟ ଉତ୍ପନ୍ନକାରୀ କୌଶଳରେ ତାଲିମ ପ୍ରଦାନ ପୂର୍ବକ ଓଡିଶାର ଛାତ୍ର ସମୁଦାୟର ଜୀବନ ଶୈଳୀରେ ପ୍ରଗତି ଆଣିପାରିଛି | ଅନୁଷ୍ଠାନରେ NCVT ଏବଂ SCTEVT ଦ୍ୱାରା ଅନୁମୋଦିତ ବିଭିନ୍ନ ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଇଥାଏ |

ଧନ୍ଦାମୂଳକ ଦକ୍ଷତା ବ୍ୟତୀତ, ଆମେ ଚାକିରୀ ପ୍ରତି ଉପଯୁକ୍ତ ଦୃଷ୍ଟିକୋଣ, ସୁସ୍ଥ ତଥା ଲକ୍ଷ୍ୟପୂର୍ଣ୍ଣ ଜୀବନ ଯିଇଁବାର ସିଦ୍ଧାନ୍ତ ଉପରେ ଗୁରୁତ୍ୱ ଦେଇଥାଉ | ଭାରତ ସରକାରଙ୍କର ଦକ୍ଷତାବିକାଶ ଉଦ୍ୟମ ଅଧୀନସ୍ଥ MODULAR EMPLOYABLE SKILL ମାଧ୍ୟମରେ ବିଭିନ୍ନ ସ୍ୱଳ୍ପମିଆଦୀ ପାଠ୍ୟକ୍ରମ ଯଥା Computer fundamental, Tally, Computer Hardware, Multimedia & Webpage Design , Basic Electrical ,Basic Electronics, Mobile Repairing, Tailoring , solar electricity training ଆଦିରେ ଆମେ ତାଲିମ ପ୍ରଦାନ କରିଥାଉ | ଏ ସମସ୍ତ ହେଉଛି ମାଗଣା ପାଠ୍ୟକ୍ରମ | RAILWAY ଏବଂ ଅନ୍ୟାନ୍ୟ PSUs ପାଇଁ ଆମେ କିଛି ଅନ୍ୟାନ୍ୟ PREMIER Placement Based Coaching Institute ସହିତ ମଧ୍ୟ ଅନୁବନ୍ଧିତ ହୋଇଅଛୁ | ତାଲିମ ସମୟରେ ବୈଷୟିକ କୌଶଳ ଆଦାନପ୍ରଦାନ କରିବା ପାଇଁ ଆମେ କିଛି ଉଦ୍ୟୋଗମାନଙ୍କ ସହିତ ମଧ୍ୟ MOU ସ୍ୱାକ୍ଷର କରିଅଛୁ | ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କରେ କାମ କରିବା ଲାଗି ଆମେ ଆମ ଛାତ୍ର-ଛାତ୍ରୀମାନଙ୍କୁ English Communication Skills ର ମଧ୍ୟ ତାଲିମ ପ୍ରଦାନ କରିଥାଉ | ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ପାରସ୍ପରିକ ଯୋଗାଯୋଗ କୌଶଳ ବିକଶିତ କରିବା ପାଇଁ ଆମେ ସେମାନଙ୍କୁ ବିଭିନ୍ନ ପ୍ରକାରର ପାଠ୍ୟ-ବହିର୍ଭୂତ କାର୍ଯ୍ୟକ୍ରମ ଯଥା ଖେଳ-କୁଦ, ସେମିନାର, debate ପ୍ରତିଯୋଗିତା ତଥା ଆନ୍ୟାନ୍ୟ ସାଂସ୍କୃତିକ ଗତିବିଧିମାନଙ୍କରେ ନିୟୋଜିତ କରିଥାଉ |

ପାଠ୍ୟକ୍ରମଗୁଡିକର ଅନୁମୋଦନ ତଥା ସେମାନଙ୍କର କୋଡ୍‌ର ବିବରଣୀ

କ୍ରମିକ ନଂ. ପାଠ୍ୟକ୍ରମର କୋଡ୍‌ ପାଠ୍ୟକ୍ରମର ନାମ ପାଠ୍ୟକ୍ରମର ଅବଧି DGT ଦ୍ୱାରା ଅନୁମୋଦିତ ୟୁନିଟ୍‌ ସଂଖ୍ୟା ଅନୁମୋଦନର ତାରିଖ
୨୨୭ ଫିଟର୍‌ ୪ଟି ସେମିଷ୍ଟାର(୨ ବର୍ଷ) ୪+୪ ୟୁନିଟ୍‌ ୧୫-ମଇ-୨୦୧୪
୨୩୧ ବିଦ୍ୟୁତ ଯନ୍ତ୍ରୀ ୪ଟି ସେମିଷ୍ଟାର(୨ ବର୍ଷ) ୪+୪+୧+୧ ୟୁନିଟ୍‌ ୨୭-ଜୁଲାଇ-୨୦୧୨
୨୧୯ ଇଲେକ୍ଟ୍ରୋନିକ ମେକାନିକ ୪ଟି ସେମିଷ୍ଟାର(୨ ବର୍ଷ) ୧+୧+୧ ୟୁନିଟ୍‌ ୧୫-ମଇ-୨୦୧୪
୨୧୮ ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ ୪ଟି ସେମିଷ୍ଟାର(୨ ବର୍ଷ) ୨+୨ ୟୁନିଟ୍‌ ୨୩-ଜୁନ-୨୦୧୫
୯୪୫ ଝଳେଇ ମିସ୍ତ୍ରୀ ୨ଟି ସେମିଷ୍ଟାର(୧ ବର୍ଷ) ୨ଟି ୟୁନିଟ ୨୩-ଜୁନ-୨୦୧୫
୨୪୮ ପୋଷାକ ତିଆରି କରିବା ୨ଟି ସେମିଷ୍ଟାର(୧ ବର୍ଷ) ୧ଟି ୟୁନିଟ ୧୪-ମାର୍ଚ୍ଚ-୧୯୯୫
୨୨୦ ICTSM ୨ଟି ସେମିଷ୍ଟାର(୧ ବର୍ଷ) ୧ଟି ୟୁନିଟ ୩୦-ଜୁନ-୨୦୦୪
୨୫୩ ଖାଦ୍ୟ ପ୍ରକ୍ରୀୟାକରଣ ଓ ସଂରକ୍ଷଣ ୨ଟି ସେମିଷ୍ଟାର(୧ ବର୍ଷ) ୨+୨+୨ ୟୁନିଟ ୨୮-ଡିସେମ୍ବର-୨୦୧୬
Type in
Settings
Help
Indian language typing help
View Detailed Help