ଅଧ୍ୟକ୍ଷାଙ୍କ ବାର୍ତ୍ତା

ବୈଷୟିକ ଶିକ୍ଷା ପ୍ରଜ୍ଜ୍ୱଳିତ ହୋଇ ନିଜର ଶାଖା ମେଲେଇବାରେ ଲାଗିଲାଣି | କେବଳ ସାଧାରଣ ବିଷୟରେ ଶିକ୍ଷା ଲାଭ କରି ଜଣେ ନିଜକୁ ସିମୀତ ନ ରଖି ବରଂ ବୈଷୟିକ ଶିକ୍ଷାରେ ମଧ୍ୟ ନିଜକୁ କୁଶଳୀ ବନେଇବା ଉଚିତ | ଏହା ହେଉଛି ଜ୍ଞାନ ଓ ସୁପ୍ତ ପ୍ରତିଭାର ଏପରି ଏକ ସମ୍ମିଶ୍ରଣ ଯାହା କି ଚମତ୍କାରୀ ସାବ୍ୟସ୍ତ ହୋଇଥାଏ ଏବଂ ବୈଷୟିକ ତଥା ଔଦ୍ୟୋଗିକ ପ୍ରଗତିରେ ଭରା ଏହି ଦୁନିଆକୁ ଆଗେବାରେ ଶକ୍ତି ସଞ୍ଚାର କରିଥାଏ |

ଇଂ ଜୀତମିତ୍ରା ଶତପଥୀ

ସମ୍ପୂର୍ଣ୍ଣ ତଥ୍ୟ

ସମ୍ବାଦ ଏବଂ ଘଟଣାବଳୀ

ଆଦର୍ଶ ସଫଳ ବ୍ୟକ୍ତିତ୍ୱ ସମୂହ

ଆଶିଶ ବରଣ ମହାନ୍ତି
ଆଶିଶ ବରଣ ମହାନ୍ତି

ଆଶିଶ ବରଣ ମହାନ୍ତିଙ୍କ ବାପା ଜଣେ ବ୍ୟବସାୟୀ ଓ ମାଆ A.G., ଭୁବନେଶ୍ୱରଠାରେ ଆକାଉଣ୍ଟାଣ୍ଟ୍‌ ଭାବେ କାର୍ଯ୍ୟ କରନ୍ତି | ମଲ୍ଟିମିଡିଆରେ ରୁଚି ରଖୁଥିବାରେ ସେ ଆମ ଅନୁଷ୍ଠାନରୁ CoE-IT ଟ୍ରେଡ୍‌ରେ ୨୦୧୧ ରେ Multimedia & web page designing course କରିଥିଲେ | ନିଜର ପ୍ରଚେଷ୍ଟାରେ ସେ ଆଜି ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପ୍ରତିଷ୍ଠା କରି ବିଭିନ୍ନ ସରକାରୀ ଡକ୍ୟୁମେଣ୍ଟାରୀ ଭିଡିଓ ରେ ନିର୍ଦ୍ଦେଶନା ଦେଇଛନ୍ତି | ଜଣେ ଭିଜୁଆଲ୍‌ ନିର୍ଦ୍ଦେଶକ ଭାବେ ସେ ଆଜି ସମସ୍ତଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ |

ଭଗବାନ ବାଚ୍ଚୀ
ଭଗବାନ ବାଚ୍ଚୀ

ଏକ ଗରିବ ପରିବାରରୁ ଆସିଥିବା ଭଗବାନ ବାଚ୍ଚୀଙ୍କର ଦୁଇଜଣ ଭଉଣୀ ଅଛନ୍ତି | ପରିବାରର ଏକମାତ୍ର ରୋଜଗାରୀ ବ୍ୟକ୍ତି-ତାଙ୍କ ବାପା କୌଣସି ମତେ ନିଜ ପିଲାମାନଙ୍କୁ ଶିକ୍ଷାଲାଭ କରିବାର ସୁଯୋଗ ପ୍ରଦାନ କରିବାକୁ ସକ୍ଷମ ହୋଇଥିଲେ |

ଆମ ଅନୁଷ୍ଠାନରୁ Electrician ପାଠ୍ୟକ୍ରମରେ ଆଇ.ଟି.ଆଇ. ପାସ କରିଲା ପରେ TATA STEEL LTD ରେ ନିଯୁକ୍ତ ହୋଇ ଭଗବାନ ମଧ୍ୟ ନିଜ ପିତାଙ୍କୁ ସହଯୋଗର ହାତ ବଢେଇଥିଲେ | ତାଙ୍କ ରୋଜଗାର ତାଙ୍କ ପିତାଙ୍କ ପ୍ରତି ବହୁତ ବଡ ସହଯୋଗ ସାବ୍ୟସ୍ତ ହେଲା |

ଭାଗ୍ୟଶ୍ରୀ ବେହେରା
ଭାଗ୍ୟଶ୍ରୀ ବେହେରା

ବହୁତ ପରିଶ୍ରମୀ ଥିବା ଭାଗ୍ୟଶ୍ରୀ ବେହେରାଙ୍କ ବାପା ବେରୋଜଗାର ଥିଲେ | କେବଳ ପ୍ରାଥମିକ ଛାତ୍ର-ଛାତ୍ରୀଙ୍କୁ ଟ୍ୟୁସନ ପଢେଇବା ଥିଲା ତାଙ୍କର ରୋଜଗାର ର କେବଳ ଗୋଟିଏ ମାଧ୍ୟମ | ନିଜ ପିତାଙ୍କ ଏଭଳି ସ୍ୱଳ୍ପ ରୋଜଗାର ଭାଗ୍ୟଶ୍ରୀଙ୍କ ହତୋତ୍ସାହ କରି ପାରିଲା ନାହିଁ ବରଂ ସେ ନିଜ ଗରିବ ପିତାଙ୍କୁ ସାହାଯ୍ୟ କରିବାକୁ ନିଶ୍ଚୟ କରିଲେ | ଆମ ଅନୁଷ୍ଠାନରୁ IT&ESM ରେ ଆଇ.ଟି.ଆଇ ପାସ୍‌ କଲା ପରେ ବହୁ ଚେଷ୍ଟା କରି ସେ JPAL South Asia ରେ ଜଣେ Data Entry Operator ଭାବେ ଏବେ କାର୍ଯ୍ୟରତ ତଥା ନିଜ ପିତାଙ୍କର ଏକ ସମ୍ବଳ ହୋଇପାରିଛନ୍ତି |

ବିଶ୍ୱ ପୂଜାରିଣୀ ମହାପାତ୍ର
ବିଶ୍ୱ ପୂଜାରିଣୀ ମହାପାତ୍ର

ବିଶ୍ୱପୂଜାରିଣୀଙ୍କ ପିତା ମାଲକାନାଗିରି ଆଇ.ଟି.ଆଇ, ରାୟଗଡା ରେ ସହକାରୀ ତାଲିମପ୍ରଦାନକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି | ସେ ନିଜ ବାପାଙ୍କ ଠାରୁ ବହୁ ଉତ୍ତମଗୁଣ କୁ ଶିକ୍ଷାଲାଭ କରି ବହୁଳ ମାତ୍ରାରେ ଅଭିନବ ଚିନ୍ତାଧାରୀ ଓ ଗତିଶୀଳ ହୋଇ ପାରିଛନ୍ତି | ଆମ ଅନୁଷ୍ଠାନରୁ ଇଲେକ୍ଟ୍ରୋନିକ୍ସ ମେକାନିକରେ ଆଇ.ଟି.ଆଇ. ପାସ୍‌ କରି ସାରି ମଧ୍ୟ ସନ୍ତୁଷ୍ଟି ନ ମିଳିବାରୁ ସେ ଉଚ୍ଚଶିକ୍ଷା ପାଇଁ ଇଚ୍ଛା ପ୍ରକାଶ କରିଲେ | ଶେଷରେ ସେ MCA କରି ଏବେ Tech Manhindra କମ୍ପାନୀରେ Product Architect ଭାବେ କାର୍ଯ୍ୟରତ | ଜଣେ ସଫ୍ଟୱେର୍‌ ଇଞ୍ଜିନିୟର ଭାବେ ସେ ଆମ ସମସ୍ତଙ୍କ ଲାଗି ଏକ ଜ୍ୱଳନ୍ତ ଉଦାହରଣ |

ଦେବାଶିଷ ପ୍ରଧାନ
ଦେବାଶିଷ ପ୍ରଧାନ

କେନ୍ଦ୍ରାପଡା ନିକଟସ୍ଥ ମାର୍ଶାଘାଇ ଗ୍ରାମର ଦେବାଶିଷ ପ୍ରଧାନ ପିଲାବେଳୁ ନିଜ ପିତାଙ୍କୁ ହରେଇ ସାରି ଥିଲେ | ତାଙ୍କର ଜଣେ ବଡ ଭାଇ ଥିଲେ ଯିଏ ଏକ ବେସରକାରୀ ଚାକିରୀ କରୁ ଥିଲେ ଏବଂ ଜଣେ ଗୃହିଣୀ ମାଆ ଥିଲେ | ଦେବାଶିଷ ୨୦୧୪ ରେ ଆମ ଅନୁଷ୍ଠାନରୁ IT&ESM ରେ ଆଇ.ଟି.ଆଇ ପାସ୍‌ କରି ନିଜର କଠିନ ଅଧ୍ୟବସାୟ ଫଳରେ “INOX WIND, Ltd.”, Rohika, Bangaluru ରେ Production division ରେ ଜଣେ Technician ଭାବେ ଏବେ କାର୍ଯ୍ୟରତ ଅଛନ୍ତି | ଏବେ ସେ ମଧ୍ୟ ରୋଜଗାରକ୍ଷମ ହୋଇ ନିଜ ପରିବାରକୁ ଆର୍ଥିକ ସାହାଯ୍ୟ ଦେଇ ପାରୁଛନ୍ତି |

ଦିବ୍ୟଜ୍ୟୋତି ଦାଶ
ଦିବ୍ୟଜ୍ୟୋତି ଦାଶ

ଦିବ୍ୟଜ୍ୟୋତି ଦାଶ ଜଣେ କଠିନ ପ୍ରରିଶ୍ରମୀ ପ୍ରଶିକ୍ଷାର୍ଥୀ ଥିଲେ ଯିଏ ଆମ ଅନୁଷ୍ଠାନରୁ ଇଲେକ୍ଟ୍ରୋନିକ୍ସ ମେକାନିକ ପାଠ୍ୟକ୍ରମରେ ଆଇ.ଟି.ଆଇ. ପାସ୍‌ କରିଥିଲେ | କଠିନ ପରିଶ୍ରମରୁ ହିଁ ସଫଳତା ପ୍ରାପ୍ତ ହୋଇଥାଏ | ତାଙ୍କ ପିତାଙ୍କର ଏକ ବୈଦ୍ୟୁତିକ ଉପକରଣ ଦୋକାନ ରହିଛି ଏବଂ ତାଙ୍କ ମାଆ ଜଣେ ଗୃହିଣୀ | ସେ ବହୁ ଚେଷ୍ଟାପୂର୍ବକ ବୈଦ୍ୟୁତିକ କ୍ଷେତ୍ରରେ ବ୍ୟାବହାରିକ ଜ୍ଞାନ ଓ ଅନୁଭବ ଲାଭ କରିଥିଲେ | ନିଜ ଆଇ.ଟି.ଆଇ ଅଧ୍ୟୟନ କାଳରେ ଫାଙ୍କା ସମୟରେ ସେ ନିଜ ପିତାଙ୍କୁ ତାଙ୍କ ଦୋକାନରେ ସାହାଯ୍ୟ କରୁଥିଲେ | ତାଙ୍କ କଠିନ ପରିଶ୍ରମ କାରଣରୁ ତାଙ୍କୁ ଟାଟା ଷ୍ଟିଲ ଲିମିଟେଡ ରେ ଚାକିରୀଟିଏ ମିଳିପାରିଛି |

ହରପ୍ରୀୟା ବେହେରା
ହରପ୍ରୀୟା ବେହେରା

ପୋଷାକ ତିଆରି ପ୍ରତି ରୁଚି ରଖୁଥିବା ସ୍ୱାଧୀନ ଚିନ୍ତାଧାରା ସମ୍ପନ୍ନା ହରପ୍ରିୟା ବେହେରା ଆମ ଅନୁଷ୍ଠାନରେ ଏକ ବର୍ଷୀୟା ପୋଷାକ ତିଆରି ପାଠ୍ୟକ୍ରମରେ ନାମ ଲେଖାଇ ଥିଲେ | କିଛି ଅଳ୍ପ ଅନୁଦାନରେ ସେ ନିଜର କମ୍ପାନୀ “ପଦ୍ମାଳୟା ଡୀଜାଇନ୍‌ ହାଉସ୍‌” ଏକ (୧୨ x ୧୫)ଫୁଟ୍‌ କକ୍ଷରେ ଖୋଲିଲେ | ବର୍ତ୍ତମାନ କାଳରେ ତାଣ୍କ ପାଖରେ ୮ ଜଣ ମହିଳା ୪ ଗୋଟି ସିଲେଇ ମେସିନ ରେ କାମ କରି ନିଜ ପରିବାର ର ପ୍ରତିପୋଷଣ କରୁଛନ୍ତି |

କାହ୍ନୁ ଚରଣ ବେହେରା
କାହ୍ନୁ ଚରଣ ବେହେରା

ପୁରୀ ନିକଟବର୍ତ୍ତୀ ଘୋଡାଡୀହା ଗ୍ରାମର ନିବାସୀ କାହ୍ନୁ ଚରଣ ବେହେରା ଙ୍କ ପିତା ଜଣେ କୃଷକ ଅଟନ୍ତି | ତାଙ୍କ ପରିବାରକୁ ସ୍ୱଳ୍ପବେତନଭୋଗୀ ତିନି ଭାଇ ଚଳାଇ ଆସୁଥିଲେ | ତାଙ୍କୁ ପଢାପଢି କରିବା ଲାଗି ପରିବାରରୁ କିଛି ସହଯୋଗ ମିଳୁ ନ ଥିଲା | ପାଠ ପଢା ସମୟରେ ପାର୍ଟ-ଟାଇମ୍‌ କାମ ଧନ୍ଦା ତଥା ଟ୍ୟୁସନ କରି ସେ ନିଜ ପିତାଙ୍କୁ ସାହାଯ୍ୟ କରୁଥିଲେ | CoE-IT ରେ Multimedia and webpage design ଶୃଙ୍ଖଳରେ ସେ ଆମ ଅନୁଷ୍ଠାନରୁ ଆଇ-ଟି-ଆଇ ପାସ୍‌ କରିଲା ପରେ କଠିନ ଅଧ୍ୟବସାୟ କରି ସେ East Coast Railway ରେ Track Maintenance Engineer ପଦବୀରେ ନିଯୁକ୍ତ ହେଲେ | ଏବେ ସେ ନିଜ ପରିବାରକୁ ସହଯୋଗ କରିବା ପୂର୍ବକ ଅନ୍ୟ ମାନଙ୍କଠାରୁ ସମ୍ମାନ ଲାଭ କରି ପାରୁଛନ୍ତି |

ଫୁଲମଣି ମୁର୍ମୁ
ଫୁଲମଣି ମୁର୍ମୁ

ମୟୂରଭଂଜରୁ ଆସିଥିବା ଫୁଲମଣି ମୁର୍ମୁ ୨୦୦୩ ରେ ଆମ ଅନୁଷ୍ଠାନରୁ ଇଲେକ୍ଟ୍ରୋନିକ୍ସ ମେକାନିକରେ ପାସ କଲାବେଳେ ନିଜ ବାପାଙ୍କୁ ହରେଇଲେ | ସେତେବେଳେ ତାଙ୍କ ପରିବାରରେ କୌଣସି ରୋଜଗାରୀ ସଦସ୍ୟ ନଥିଲା ବେଳେ ତାଙ୍କ ଉପରେ ୪ ଭଉଣୀ ଓ ଜଣେ ଭାଇଙ୍କ ଭରଣ-ପୋଷଣର ଦାୟିତ୍ୱ ଥିଲା | ସେ ଭୁବନେଶ୍ୱର ଗ୍ରୀଡକୋ ରୁ ଆପ୍ରେଣ୍ଟିସିପ୍‌ କରି ସାରି ନିଜର କଠିନ ଅଧ୍ୟବସାୟ ବଳରେ NALCO, ଅନୁଗୁଳ ରେ ଜଣେ Technician ଭାବେ ନିଯୁକ୍ତିଲାଭ କରିଲେ | ତାପରେ ସେ ନିଜ ପରିବାର ର ପୂର୍ଣ୍ଣତଃ ଦାୟିତ୍ୱ ନିର୍ବାହ କରିପାରିଲେ |

ଶ୍ରଦ୍ଧାଞ୍ଜଳୀ ନାୟକ
ଶ୍ରଦ୍ଧାଞ୍ଜଳୀ ନାୟକ

ଭଦ୍ରକର ଚାନ୍ଦବାଲିରୁ ଆସିଥିବା ଶ୍ରଦ୍ଧାଞ୍ଜଳୀ ନାୟକଙ୍କ ବାପା ହେଉଛନ୍ତି ଜଣେ ଅବସରପ୍ରାପ୍ତ ସେନାଧିକାରୀ ଏବଂ ମାଆ ଜଣେ ଗୃହିଣୀ | ୨୦୧୧ ରେ ସେ CoE-IT ପାଠ୍ୟକ୍ରମରେ Multimedia & web page designing ବିଶେଷତାରେ ଆମ ଅନୁଷ୍ଠାନରୁ ଆଇ.ଟି.ଆଇ. ପାସ୍‌ କରିଲେ | ପାଠପ୍ରତି ଗଭୀର ଆଗ୍ରହ ତଥା ନିଜର କଠିନ ପରିଶ୍ରମ ଫଳରେ ସେ ଗୁରୁଗ୍ରାମସ୍ଥିତ “Minda Group Pvt. Ltd.” ଠାରେ Quality Checker ଭାବେ ନିଯୁକ୍ତ ହୋଇ ନିଜ ପରିବାରକୁ ସହଯୋଗ କରିପାରିଲେ |

ଶିବାନୀ ଶଙ୍କର ସାହୁ
ଶିବାନୀ ଶଙ୍କର ସାହୁ

ଢେଙ୍କାନାଳ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀର ଏକ ଗରିବ ପରିବାରରୁ ଆସିଥିବା ଶିବାନୀ ଶଙ୍କର ସାହୁ ବୈଦ୍ୟୁତିକ ଯନ୍ତ୍ରୀ ପାଠ୍ୟକ୍ରମରେ ଆମ ଅନୁଷ୍ଠାନରୁ ଆଇ.ଟି.ଆଇ ପାସ କଲା ପରେ ନିଜର ଦକ୍ଷତାକୁ ଉପଯୋଗ କରିବା ପାଇଁ ବହୁ ଚେଷ୍ଟା କରିଥିଲେ | ତେଣୁ ସେ ନିଜ ପ୍ରଚେଷ୍ଟାରେ “Sai Sibani Maintenance Work” ନାମରେ ଏକ କର୍ମଶାଳା ଢେଙ୍କାନାଳଠାରେ ପ୍ରତିଷ୍ଠା କରିଲେ | ନିଜ ଗ୍ରାହକଙ୍କୁ ସନୁଷ୍ଟ କରିବା ଲାଗି ସେ ବହୁ ପରିଶ୍ରମ କରି ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି | ସେ ଏବେ ରୋଜଗାରକ୍ଷମ ହୋଇ ନିଜ ପରିବାରକୁ ସାହାଯ୍ୟ କରିବାପୂର୍ବକ ଅନ୍ୟମାନଙ୍କ ଲାଗି ପ୍ରେରଣାର ଏକ ଉତ୍ସ ହୋଇପାରିଛନ୍ତି |

ଶୀଖା ବିଶୋଇ
ଶୀଖା ବିଶୋଇ

ଗଞ୍ଜାମର ଏକ ଗରିବଶ୍ରେଣୀ ପରିବାରର ଶୀଖା ବିଶୋଇଙ୍କ ବାପା ହେଉଛନ୍ତି ଜଣେ ସ୍ୱଳ୍ପ ବେତନଭୋଗୀ ଗିତୀକାର | ୨୦୧୧ ରେ ଆମ ଅନୁଷ୍ଠାନରେ CoE-IT ରେ Multimedia & web page designing ବିଶେଷତାରେ ଅଧ୍ୟୟନ କାଳରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ | ନିଜର କଠିନ ପରିଶ୍ରମ ତଥା ଅଧ୍ୟବସାୟ ବଳରେ ସେ “DHOOT Transmission Pvt. Ltd.”, Gurgaon, Delhi ଠାରେ Trainer-cum-HR ଭାବେ ନିଯୁକ୍ତ ହୋଇ ନିଜ ପରିବାରକୁ ସାହାଯ୍ୟ କରିବାକୁ ସକ୍ଷମ ହୋଇପାରିଛନ୍ତି |

ଅନୁଷ୍ଠାନ ସମ୍ବନ୍ଧରେ ପଦେ

ସନ୍‌ ୧୯୮୫ ରେ ପ୍ରତିଷ୍ଠିତ ହୋଇଥିବା ଭୁବନେଶ୍ୱର ଶିଳ୍ପ ତାଲିମ କେନ୍ଦ୍ର ୨୭ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ପ୍ରକାରର ଆୟ ଉତ୍ପନ୍ନକାରୀ କୌଶଳରେ ତାଲିମ ପ୍ରଦାନ ପୂର୍ବକ ଓଡିଶାର ଛାତ୍ର ସମୁଦାୟର ଜୀବନ ଶୈଳୀରେ ପ୍ରଗତି ଆଣିପାରିଛି | ଅନୁଷ୍ଠାନରେ NCVT ଏବଂ SCTEVT ଦ୍ୱାରା ଅନୁମୋଦିତ ବିଭିନ୍ନ ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଇଥାଏ |

ଧନ୍ଦାମୂଳକ ଦକ୍ଷତା ବ୍ୟତୀତ, ଆମେ ଚାକିରୀ ପ୍ରତି ଉପଯୁକ୍ତ ଦୃଷ୍ଟିକୋଣ, ସୁସ୍ଥ ତଥା ଲକ୍ଷ୍ୟପୂର୍ଣ୍ଣ ଜୀବନ ଯିଇଁବାର ସିଦ୍ଧାନ୍ତ ଉପରେ ଗୁରୁତ୍ୱ ଦେଇଥାଉ | ଭାରତ ସରକାରଙ୍କର ଦକ୍ଷତାବିକାଶ ଉଦ୍ୟମ ଅଧୀନସ୍ଥ MODULAR EMPLOYABLE SKILL ମାଧ୍ୟମରେ ବିଭିନ୍ନ ସ୍ୱଳ୍ପମିଆଦୀ ପାଠ୍ୟକ୍ରମ ଯଥା Computer fundamental, Tally, Computer Hardware, Multimedia & Webpage Design , Basic Electrical ,Basic Electronics, Mobile Repairing, Tailoring , solar electricity training ଆଦିରେ ଆମେ ତାଲିମ ପ୍ରଦାନ କରିଥାଉ | ଏ ସମସ୍ତ ହେଉଛି ମାଗଣା ପାଠ୍ୟକ୍ରମ | RAILWAY ଏବଂ ଅନ୍ୟାନ୍ୟ PSUs ପାଇଁ ଆମେ କିଛି ଅନ୍ୟାନ୍ୟ PREMIER Placement Based Coaching…

ସମ୍ପୂର୍ଣ୍ଣ ତଥ୍ୟ

ଆମର ଅଭିଯାନ

“କୁଶଳୀ ବ୍ୟକ୍ତିତ୍ୱଙ୍କ ଦାରା ସମାଜର ରୂପାନ୍ତର କରିବା” ଜାତି, ଦେଶ, ଧର୍ମ, ସମ୍ପ୍ରଦାୟର ବନ୍ଧନ କୁ ପାରି କରି ଧନ୍ଦାମୂଳକ ଶିକ୍ଷାର ଏକ ଆଧୁନିକ କେନ୍ଦ୍ର ପ୍ରତିଷ୍ଠା କରିବା ଯେଉଁଠି ଜ୍ଞାନ ଏବଂ ଉତ୍କର୍ଷତାର ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇପାରିବ | ଭୁବନେଶ୍ୱର ଆଇ.ଟି.ଆଇ. ଆଧୁନିକ ତଥା ବିଶ୍ୱସ୍ତରୀୟ ବୈଷୟିକ/ ଔଦ୍ୟୋଗିକ ଶିକ୍ଷାପ୍ରଦାନ କରୁଥିବା କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଏକ ଉପଲବ୍ଧି , ଯେଉଁଥିରେ ଆମ...

ସମ୍ପୂର୍ଣ୍ଣ ତଥ୍ୟ

ଆମର ଲକ୍ଷ୍ୟ

ଆମର ଶାରିରୀକ ତଥା ବୌଦ୍ଧିକ ଭିତ୍ତିଭୂମୀକୁ ସମଗ୍ର ଦେଶରେ ସର୍ବୋତ୍ତମ କରିବା | ଅତି କମରେ ଆମର ଏକ ତୃତୀୟାଂଶ ଗ୍ରାଜୁଏଟ୍‌ ମହିଳା ହୁଅନ୍ତୁ | ଜଣେ ମହାନ ଉଦ୍ୟୋଗୀ ତଥା ବିଶ୍ୱସ୍ତରୀୟ ଆଇ.ଟି.ଆଇ ଗ୍ରାଜୁଏଟ୍‌ଟିଏ ହେବା ପାଇଁ ଆମେ ସବୁପ୍ରକାରର ପରିବେଶ ଯୋଗେଇଦେବୁ | ଏକ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସହଭାଗିତା ପ୍ରତିଷ୍ଠା କରିବା | ସ୍ଥାୟିତ୍ୱ କୁ ବଜାୟ ରଖିବା ଲାଗି ଆମର ଛାତ୍ର-ଛାତ୍ରୀ ତଥା ପ୍ରଶିକ୍ଷକଙ୍କୁ ପାରଙ୍ଗମ...

ସମ୍ପୂର୍ଣ୍ଣ ତଥ୍ୟ

ସୂଚନା ଫଳକ

କ୍ୟାମ୍ପସ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆପ୍‌ରେଣ୍ଟାଇସିପ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଟେଣ୍ଡର୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆଡ୍‌ମିଶନ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
Type in
Settings
Help
Indian language typing help
View Detailed Help